ଆଚାର୍ଯ୍ୟଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହାଃ
ମାତୁଳାଃ ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା ।।୩୪।।
ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୁଦନ ।
ଅପି ତ୍ରୈଲୋକ୍ୟରାଜ୍ୟସ୍ୟ ହେତୋଃ କିଂ ନୁ ମହୀକୃତେ ।।୩୫।।
Translation
BG 1.34-35: ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।
Commentary
ଦ୍ରୋଣାଚାର୍ଯ୍ୟ ଏବଂ କୃପାଚାର୍ଯ୍ୟ ଅର୍ଜୁନଙ୍କ ଗୁରୁ ଥିଲେ । ଭୀଷ୍ମ ଏବଂ ସୋମଦତ୍ତ ତାଙ୍କର ପିତାମହ, ଭୁରିଶ୍ରବା ତାଙ୍କ ପିତୁତୁଲ୍ୟ (ସୋମଦତ୍ତଙ୍କ ପୁତ୍ର), ପୁରୋଜିତ, କୁନ୍ତିଭୋଜ, ଶଲ୍ୟ ଏବଂ ଶକୁନି ତାଙ୍କର ମାମୁଁ ଏବଂ ଧୃତରାଷ୍ଟ୍ରଙ୍କ ଶତପୁତ୍ର ତାଙ୍କର ସମ୍ପର୍କୀୟ ଭାଇ, ଲକ୍ଷ୍ମଣ (ଦୁର୍ଯ୍ୟୋଧନଙ୍କ ପୁତ୍ର) ତାଙ୍କର ସନ୍ତାନ ପରି ଥିଲେ । ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିବା ଯୋଦ୍ଧାମାନଙ୍କ ସହ ତାଙ୍କର ସର୍ମ୍ପକ ବିଷୟରେ ଆଲୋଚନା କରୁଛନ୍ତି । ସେ ଅପି ବା ଯଦିଓ ଶବ୍ଦ ଦୁଇଥର ପ୍ରୟୋଗ କରିଛନ୍ତି । ପ୍ରଥମତଃ, “ଯଦିଓ ସେମାନେ ମୋତେ ହତ୍ୟା କରିବାକୁ ଚାହୁଛନ୍ତି, ମୁଁ କାହିଁକି ତାଙ୍କୁ ହତ୍ୟା କରିବି”? ଦ୍ୱିତୀୟତଃ, “ଯଦିଓ ସେମାନଙ୍କୁ ହତ୍ୟାକରି ମୁଁ ରାଜ୍ୟ ପ୍ରାପ୍ତ କରିବି, କିନ୍ତୁ ସେଥିରେ କି ଲାଭ?”