Bhagavad Gita: Chapter 1, Verse 13

ତତଃ ଶଙ୍ଖାଶ୍ଚ ଭୈର୍ଯ୍ୟଶ୍ଚ ପଣବାନକଗୋମୁଖାଃ ।
ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍ ।।୧୩।।

ତତଃ-ତତ୍ପରେ, ଶଙ୍ଖାଃ-ଶଙ୍ଖମାନ; ଚ-ଏବଂ; ଭେର୍ଯ୍ୟାଃ-ଭେରି; ଚ-ଏବଂ; ପଣବ-ଆନକ-ତୁରୀ ଏବଂ ନାଗରା; ଗୋ-ମୁଖ୍ୟାଃ-ଶିଙ୍ଘା; ସହସା-ହଠାତ୍‌; ଏବ-ନିଶ୍ଚିତଭାବେ; ଅଭ୍ୟହନ୍ୟନ୍ତ-ଏକ ସମୟରେ ବାଜିଉଠି; ସ-ତାହା; ଶବ୍ଦଃ-ଏକତ୍ର ଧ୍ୱନି; ତୁମୁଳଃ-ତୁମୁଳ (ପ୍ରକାଣ୍ଡ); ଅଭବତ୍‌-ହେଲା ।

Translation

BG 1.13: ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା ।

Commentary

ଭୀଷ୍ମଙ୍କର ଯୁଦ୍ଧର ଆଗ୍ରହ ଲକ୍ଷ୍ୟ କରି, କୌରବ ସେନା ମଧ୍ୟ ଆଗ୍ରହୀ ହୋଇ ଉଠିଲେ ଏବଂ ତୀବ୍ର ଧ୍ୱନି ସୃଷ୍ଟି କଲେ । ପଣବ ଅର୍ଥାତ୍ ନାଗରା, ଆନକ ଅର୍ଥାତ୍ ଢ଼ୋଲ ଏବଂ ଗୋମୁଖ ଅର୍ଥାତ୍ ଶିଙ୍ଘା । ଏସବୁ ବାଦ୍ୟ ଯନ୍ତ୍ର ଅଟେ ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ଶବ୍ଦ ସୃଷ୍ଟି କଲା ।

Watch Swamiji Explain This Verse