ଅପି ଚେଦସି ପାପେଭ୍ୟଃ ସର୍ବେଭ୍ୟଃ ପାପାକୃତ୍ତମଃ ।
ସର୍ବ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି ।। ୩୬ ।।
ଅପି - ଏପରି କି; ଚେତ୍ -ଯଦି; ଅସି - ତୁମେ ଅଟ; ପାପେଭ୍ୟଃ -ପାପୀମାନଙ୍କ ମଧ୍ୟରେ; ସର୍ବେଭ୍ୟଃ- ସମସ୍ତଙ୍କ ମଧ୍ୟରେ; ପାପକୃତ୍ତମଃ - ମହାପାପୀ; ସର୍ବଂ- ସବୁ ପାପକର୍ମ; ଜ୍ଞାନ-ପ୍ଲବେନ - ଦିବ୍ୟଜ୍ଞାନରୂପକ ନୌକା ସାହାଯ୍ୟରେ; ଏବ -ନିଶ୍ଟିତଭାବେ; ବୃଜିନଂ - ପାପକୁ; ସନ୍ତରିଷ୍ୟସି- ସମ୍ପୂର୍ଣ୍ଣରୂପେ ଅତିକ୍ରମ କରିଯିବ ।
Translation
BG 4.36: ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।
Commentary
ଭୌତିକ ସଂସାର ଏକ ବିଶାଳ ସମୁଦ୍ର ପରି ଅଟେ, ଯେଉଁଠାରେ ମନୁଷ୍ୟ ତରଙ୍ଗ ରୂପକ ଜନ୍ମ, ବ୍ୟାଧି,ଜରା ଓ ମୃତ୍ୟୁ ମଧ୍ୟରେ ଉବୁଟୁବୁ ହେଉଥାଏ । ମାୟାଶକ୍ତି ବ୍ୟକ୍ତିକୁ ତିନିି ପ୍ରକାରର ତାପରେ ଗ୍ରସିତ କରିଥାଏ । ଆଧିଆତ୍ମିକ- ଏହା ଶାରୀରିକ ତଥା ମାନସିକ କଷ୍ଟ , ଆଧିଭୌତିକ- ଅନ୍ୟ ପ୍ରାଣୀ ମାନଙ୍କ ଜନିତ କଷ୍ଟ, ଆଧିଦୈବିକ - ଜଳବାୟୁ ଓ ପରିବେଶ ଜନିତ କଷ୍ଟ । ମାୟାବଦ୍ଧ ଜୀବ ଏଥିରୁ ମୁକ୍ତି ପାଇପାରେ ନାହିଁ ଏବଂ ଏହି ଅବସ୍ଥାରେ ତା’ର ଅନନ୍ତ ଜନ୍ମ ବିତିଯାଇଛି । ଗୋଟିଏ ଫୁଟବଲ ଗୋଇଠା ଖାଇ ପଡ଼ିଆର ଏପଟରୁ ସେପଟକୁ ହେବା ପରି, ଜୀବ ମଧ୍ୟ ତା’ର ସୁକର୍ମ ଓ ଦୁଷ୍କର୍ମ ଅନୁସାରେ କେବେ ସ୍ୱର୍ଗଯାଏ ତ ପୁଣି କେବେ ନର୍କକୁ ପତିତ ହୁଏ ବା ପୃଥିବୀ ଲୋକକୁ ଫେରିଆସେ ।
ଦିବ୍ୟ ଜ୍ଞାନ ସଂସାର ରୂପୀ ସାଗରକୁ ପାର କରିବା ପାଇଁ ଏକ ନୌକା ଅଟେ । ଅଜ୍ଞାନୀ ବ୍ୟକ୍ତି କର୍ମ କରି ସେଥିରେ ବାନ୍ଧି ହୋଇଯାଏ । ସେହି କର୍ମକୁ ହିଁ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ରୂପରେ ପାଳନ କରି ଜ୍ଞାନୀ ବ୍ୟକ୍ତି ମୁକ୍ତିଲାଭ କରିଥାଏ । ଏହିପରି ଭାବରେ, ଜ୍ଞାନ ସଂସାର ବନ୍ଧନକୁ କାଟିବାର ଏକ ଆୟୁଧ ହୋଇଥାଏ । କଠୋପନିଷଦ କହେ:
ବିଜ୍ଞାନସାରଥିର୍ଯସ୍ତୁ ମନଃ ପ୍ରଗ୍ରହବାନ୍ ନରଃ
ସୋଽଧ୍ୱାନଃ ପାରମୋପ୍ନୋତି ତଦ୍ବିଷ୍ଣୋଃ ପରମମ୍ ପଦମ୍ (୧.୩.୯)
“ଦିବ୍ୟଜ୍ଞାନ ଦ୍ୱାରା ତୁମର ବୁଦ୍ଧିକୁ ଉଦ୍ଭାସିତ କର; ସେହି ପ୍ରଜ୍ଞାଦୀପ୍ତ ବୁଦ୍ଧି ସାହାଯ୍ୟରେ ବିଶୃଙ୍ଖଳିତ ମନକୁ ନିୟନ୍ତ୍ରଣ କର । ଏହାଦ୍ୱାରା ଭବ ସାଗରକୁ ପାର କରି ଦିବ୍ୟ ଲୋକରେ ପହଞ୍ôଚ ପାରିବ ।