ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ ।
କ୍ଷରଃ ସର୍ବାଣି ଭୂତାନି କୂଟସ୍ଥୋଽକ୍ଷର ଉଚ୍ୟତେ ।।୧୬।।
ଦ୍ୱୌ- ଦୁଇ; ଇମୌ -ଏହି; ପୁରୁଷୌ - ଜୀବଗଣ; ଲୋକେ -ସୃଷ୍ଟିରେ; କ୍ଷରଃ -ବିନାଶୀ; ଚ -ଏବଂ; ଅକ୍ଷରଃ - ଅବିନାଶୀ; ଏବ-ଏପରି କି; ଚ-ଏବଂ; କ୍ଷରଃ -ବିନାଶୀ; ସର୍ବାଣି -ସମସ୍ତ; ଭୂତାନି-ଜୀବ; କୂଟସ୍ଥଃ -ମୁକ୍ତ; ଅକ୍ଷରଃ -ଅବିନାଶୀ; ଉଚ୍ୟତେ -କୁହାଯାଏ ।
Translation
BG 15.16: ସୃଷ୍ଟିରେ ଦୁଇ ପ୍ରକାରର ଜୀବ ଅଛନ୍ତି: କ୍ଷର (ନଶ୍ୱର) ଏବଂ ଅକ୍ଷର (ଅବିନଶ୍ୱର) । ଭୌତିକ ଜଗତର ସମସ୍ତ ଜୀବ ନଶ୍ୱର ଅଟନ୍ତି । ମୁକ୍ତ ଜୀବମାନେ ଅବିନଶ୍ୱର ଅଟନ୍ତି ।
Commentary
ଭୌତିକ ଜଗତରେ, ମାୟା ଜୀବାତ୍ମାକୁ ଭୌତିକ ଶରୀରରେ ବାନ୍ଧି ରଖିଥାଏ । ଆତ୍ମା ଯଦିଓ ନିତ୍ୟ ଅଟେ, ତଥାପି ଏହା ଶରୀରର ଜନ୍ମ ଓ ମୃତ୍ୟୁକୁ ବାରମ୍ବାର ଅନୁଭବ କରେ । ଶ୍ରୀକୃଷ୍ଣ, ଭୌତିକ ଜଗତରେ ଦେହଧାରୀ ଜୀବଙ୍କୁ କ୍ଷର ଭାବର ଅଭିହିତ କରିଛନ୍ତି । କ୍ଷୁଦ୍ରତମ କୀଟଠାରୁ ଆରମ୍ଭ କରି ଶ୍ରେଷ୍ଠତମ ସ୍ୱର୍ଗର ଦେବତାଗଣ ଏହାର ଅନ୍ତର୍ଭୁକ୍ତ ।
ଏତଦ୍ବ୍ୟତୀତ, ଭଗବାନଙ୍କ ଦିବ୍ୟ ଜଗତରେ ମଧ୍ୟ ଜୀବ ଅଛନ୍ତି । ଏହି ଜୀବମାନେ ଅମର ଶରୀର ଧାରଣ କରିଥାନ୍ତି, ଯେଉଁଥିରେ ସେମାନେ ମୃତ୍ୟୁର ପ୍ରକ୍ରିୟାକୁ ଅନୁଭବ କରନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ଅକ୍ଷର (ଅବିନଶ୍ୱର) ଶ୍ରେଣୀଭୁକ୍ତ କରାଯାଇଛି ।