ଯାବତ୍ ସଂଜାୟତେ କିଞ୍ôଚତ୍ସତ୍ତ୍ୱଂ ସ୍ଥାବରଜଙ୍ଗମମ୍ ।
କ୍ଷେତ୍ରକ୍ଷେତ୍ରଜ୍ଞସଂଯୋଗାତ୍ ତଦ୍ବିଦ୍ଧି ଭରତର୍ଷଭ ।।୨୭।।
ଯାବତ୍-ଯାହାକିଛି; ସଂଜାୟତେ-ପ୍ରକଟ ହୁଏ; କିଞ୍ôଚତ୍- କିଛି; ସତ୍ତ୍ୱଂ-ସ୍ଥିତି; ସ୍ଥାବର -ଅଚଳ; ଜଙ୍ଗମମ୍ -ସଚଳ; କ୍ଷେତ୍ର- ଶରୀର; କ୍ଷେତ୍ରଜ୍ଞ-କ୍ଷେତ୍ରର ଜ୍ଞାତା; ସଂଯୋଗାତ୍-ସଂଯୋଗରୁ; ତତ୍ବିଦ୍ଧି-ତାହା ଜାଣିରଖ; ଭରତବର୍ଷଭ-ହେ ଭରତଶ୍ରେଷ୍ଠ ।
Translation
BG 13.27: ହେ ଭରତଶ୍ରେଷ୍ଠ ! ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ, ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ ।
Commentary
ଶ୍ରୀକୃଷ୍ଣ ଯାବତ୍ କିଞ୍ôଚତ୍ ଶବ୍ଦର ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ଯେଉଁସବୁ ପ୍ରାଣୀ ଶରୀର ରହିଛି ।” ତାହା ଯେତେ ବିଶାଳ ବା କ୍ଷୁଦ୍ରାତିକ୍ଷୁଦ୍ର ହୋଇଥାଉ ନା କାହିଁକି, ସମସ୍ତଙ୍କର ଜନ୍ମ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ସଂଯୋଗରେ ହୋଇଥାଏ । ଅବ୍ରାହମିକ ସଂପ୍ରଦାୟ କେବଳ ମନୁଷ୍ୟଠାରେ ଆତ୍ମାର ଅବସ୍ଥିତି ସ୍ୱୀକାର କରନ୍ତି, କିନ୍ତୁ ଅନ୍ୟ ପ୍ରାଣୀଙ୍କର ମଧ୍ୟ ଆତ୍ମା ଥିବା କଥା ସ୍ୱୀକାର କରନ୍ତି ନାହିଁ । ଏହି ସିଦ୍ଧାନ୍ତ ଅନ୍ୟ ପ୍ରାଣୀଙ୍କ ପ୍ରତି ହିଂସାକୁ ସମର୍ଥନ କରିଥାଏ । କିନ୍ତୁ ବୈଦିକ ଦର୍ଶନ ଅନୁଯାୟୀ, ଯେଉଁଠି ବି ଚେତନା ଅଛି, ସେଠାରେ ନିଶ୍ଚିତ ଭାବରେ ଆତ୍ମା ଉପସ୍ଥିତ ରହିଛି । ଆତ୍ମା ବିନା ଚେତନାର ଅବସ୍ଥିତି ନାହିଁ ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ସାର୍ ଜେ.ସି. ବୋଷ୍, ପରୀକ୍ଷା ଦ୍ୱାରା ପ୍ରମାଣିତ କରିଥିଲେ ଯେ ବୃକ୍ଷ, ଯେଉଁମାନେ କି ଅଚର ପ୍ରାଣୀ ଅଟନ୍ତି, ସେମାନେ ମଧ୍ୟ ସମ୍ବେଦନାକୁ ଅନୁଭବ କରି ପ୍ରତିକ୍ରିୟା ଦେଖାଇ ପାରନ୍ତି । ତାଙ୍କ ପରୀକ୍ଷା ପ୍ରମାଣିତ କରିଥିଲା ଯେ ମଧୁର ସଂଗୀତ ବୃକ୍ଷଙ୍କ ବୃଦ୍ଧିରେ ସାହାଯ୍ୟ କରେ । ଯେତେବେଳେ ଜଣେ ଶିକାରୀ ବୃକ୍ଷ ଡାଳରେ ବସିଥିବା ଏକ ପକ୍ଷୀକୁ ଗୁଳିମାରେ, ବୃକ୍ଷର ତରଙ୍ଗକୁ ଦେଖିଲେ ମନେହୁଏ ସତେ ଯେପରି ପକ୍ଷୀଟି ପାଇଁ ସେ କାନ୍ଦୁଛି । ବଗିଚାର ଯତ୍ନ ନେଉଥିବା ମାଳି ଯେତେବେଳେ ବଗିଚାରେ ପ୍ରବେଶ କରେ, ବୃକ୍ଷମାନେ ଆନନ୍ଦ ଅନୁଭବ କରନ୍ତି । ବୃକ୍ଷମାନଙ୍କର ତରଙ୍ଗରେ ପରିବର୍ତ୍ତନ ପ୍ରକାଶ କରିଥାଏ ଯେ ସେମାନେ ମଧ୍ୟ ଚେତନା ଧାରଣା କରନ୍ତି ଏବଂ ଆବେଗର ଆଭାସକୁ ଅନୁଭବ କରିପାରନ୍ତି । ଏହି ସବୁ ଅବଲୋକନ ଶ୍ରୀକୃଷ୍ଣଙ୍କ କଥନର ପୁଷ୍ଟି କରିଥାଏ ଯେ ସମସ୍ତ ପ୍ରାଣୀ ଚେତନାଯୁକ୍ତ ଅଟନ୍ତି: ସେମାନେ ଚେତନାର ଉତ୍ସ ନିତ୍ୟ ଆତ୍ମା ଏବଂ ଜଡ ମାୟିକ ଶରୀରର ସମ୍ମିଶ୍ରଣ ଅଟନ୍ତି ।