Bhagavad Gita: Chapter 14, Verse 1

ଶ୍ରୀଭଗବାନୁବାଚ
ପରଂ ଭୂୟଃ ପ୍ରବକ୍ଷ୍ୟାମି ଜ୍ଞାନାନାଂ ଜ୍ଞାନମୁତ୍ତମମ୍ ।
ଯଜ୍‌ଜ୍ଞାତ୍ୱା ମୁନୟଃ ସର୍ବେ ପରାଂ ସିଦ୍ଧିମିତୋ ଗତାଃ ।।୧।।

ଶ୍ରୀଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ପରଂ- ପରମ; ଭୂୟଃ-ପୁନର୍ବାର; ପ୍ରବକ୍ଷ୍ୟାମି- ମୁଁ ବିସ୍ତାର ଭାବରେ କହିବି; ଜ୍ଞାନାନାଂ-ସମସ୍ତ ଜ୍ଞାନ ମଧ୍ୟରେ; ଜ୍ଞାନଂ-ଜ୍ଞାନ; ଉତ୍ତମମ୍‌-ସର୍ବୋତ୍ତମ; ଯତ୍‌-ଯାହା; ଜ୍ଞାତ୍ୱା- ଜାଣି; ମୁନୟଃ-ମୁନିବୃନ୍ଦ; ସର୍ବେ- ସମସ୍ତ; ପରାଂ-ପରମ; ସିଦ୍ଧିଂ-ସିଦ୍ଧି; ଇତଃ-ଏହା ମଧ୍ୟରେ; ଗତାଃ-ପ୍ରାପ୍ତ ହୋଇଛନ୍ତି ।

Translation

BG 14.1: ଶ୍ରୀ ଭଗବାନ କହିଲେ: ସେହି ସର୍ବୋଚ୍ଚ ଜ୍ଞାନ, ଯାହା ସମସ୍ତ ଜ୍ଞାନ ମଧ୍ୟରେ ସର୍ବୋତ୍ତମ ଅଟେ ଏବଂ ଯାହାକୁ ଜାଣି ମହାନ୍ ଋଷିଗଣ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରିଛନ୍ତି, ମୁଁ ପୁନର୍ବାର ତୁମକୁ ତାହା ବିଷୟରେ କହିବି ।

Commentary

ପୂର୍ବ ଅଧ୍ୟାୟରେ, ଶ୍ରୀକୃଷ୍ଣ ବର୍ଣ୍ଣନା କରିଥିଲେ ଯେ ସମସ୍ତ ଜୀବ ଆତ୍ମା ଓ ପ୍ରକୃତିର ମିଶ୍ରଣ ଅଟନ୍ତି । ସେ ଏକଥା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ପୁରୁଷ (ଆତ୍ମା)ର କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ପ୍ରକୃତି (ଭୌତିକ ଗୁଣ) ଦାୟୀ ଅଟେ । ସେ ପୁଣି କହିଛନ୍ତି ଯେ ଏହା ସ୍ୱତଃ ହୋଇ ନ ଥାଏ, ଭଗବାନଙ୍କ ନିର୍ଦ୍ଦେଶନରେ ହୋଇଥାଏ, ଯିଏ ସମସ୍ତ ପ୍ରାଣୀଙ୍କ ଶରୀର ମଧ୍ୟରେ ନିବାସ କରିଥାଆନ୍ତି । ଏହି ଅଧ୍ୟାୟରେ ସେ ପ୍ରକୃତିର ତିନିଗୁଣ ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଲାଭ କରି ଏବଂ ଏହାକୁ ଅନୁଭବାତ୍ମକ ଜ୍ଞାନ ରୂପରେ ଆମ ଚେତନାରେ ଧାରଣ କରି, ଆମେ ଉଚ୍ଚତମ ସିଦ୍ଧି ହାସଲ କରିପାରିବା ।