Bhagavad Gita: Chapter 14, Verse 17

ସତ୍ତ୍ୱାତ୍ ସଂଜାୟତେ ଜ୍ଞାନଂ ରଜସୋ ଲୋଭ ଏବ ଚ ।
ପ୍ରମାଦେମୋହୌ ତମସୋ ଭବତୋଽଜ୍ଞାନମେବ ଚ ।।୧୭।।

ସତ୍ତ୍ୱାତ୍‌-ସତ୍ତ୍ୱଗୁଣରୁ; ସଂଜାୟତେ- ଉଦୟ ହୁଏ; ଜ୍ଞାନଂ-ଜ୍ଞାନ; ରଜସଃ-ରଜୋଗୁଣରୁ; ଲୋଭଃ-ଲୋଭ; ଏବ-ନିଶ୍ଚିତଭାବେ; ଚ-ମଧ୍ୟ; ପ୍ରମାଦ-ପାଗଳାମି; ମୋହୌ-ମୋହ; ତମସଃ-ତମୋଗୁଣରୁ; ଭବତଃ-ଉତ୍ପନ୍ନ ହୁଏ; ଅଜ୍ଞାନଂ-ଅଜ୍ଞାନତା; ଏବ-ନିଶ୍ଚିତଭାବେ; ଚ-ଏବଂ ।

Translation

BG 14.17: ସତ୍ତ୍ୱଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ ହୁଏ ।

Commentary

 ତ୍ରିଗୁଣ ଦ୍ୱାରା ଅର୍ଜିତ ଫଳର ବିବିଧତା ସମ୍ପର୍କରେ ସୂଚନା ଦେବାପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏହାର କାରଣ ଦର୍ଶାଉଛନ୍ତି । ସତ୍ତ୍ୱଗୁଣ ଜ୍ଞାନର ଉଦୟ କରେ, ଯାହା ଉଚିତ୍‌-ଅନୁଚିତ୍‌ର ବିଚାର କରିବାର କ୍ଷମତା ପ୍ରଦାନ କରିଥାଏ । ଏହା ଇନ୍ଦ୍ରିୟ ତୃପ୍ତିର କାମନାକୁ ଦମନ କରେ ଏବଂ  ତଜ୍ଜନିତ ସୁଖ ଓ ସନ୍ତୋଷର ଅନୁଭବ କରାଏ । ଏହି ଗୁଣଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ବୌଦ୍ଧିକ ଅନ୍ୱେଷଣ ତଥା ଧାର୍ମିକ ବିଚାର ପ୍ରତି ଆକର୍ଷିତ ହୋଇଥାନ୍ତି । ଅତଏବ, ସଦ୍‌ଗୁଣ ବିଦ୍ୱତାପୂର୍ଣ୍ଣ କର୍ମକୁ ଆଗକୁ ବଢ଼ାଇଥାଏ । ରଜୋଗୁଣ ଇନ୍ଦ୍ରିୟଗୁଡ଼ିକୁ ଉତ୍ତେଜିତ କରେ ଏବଂ ମନକୁ ଉଚ୍ଚକାଂକ୍ଷୀ କାମନାର ଆବର୍ତ୍ତକୁ ପଠାଇ ଅନିୟନ୍ତ୍ରିତ କରିଦିଏ । ବ୍ୟକ୍ତି ସେହି ଜାଲରେ ଛନ୍ଦି ହୋଇ ଏବଂ ସୁଖସମ୍ପଦ ପ୍ରାପ୍ତି ନିମନ୍ତେ ଅତ୍ୟଧିକ ଉଦ୍ୟମ କରିବାରେ ଲାଗିଯାଏ, ଯାହା ଆତ୍ମା ପାଇଁ ମୂଲ୍ୟହୀନ ଅଟେ । ତମୋଗୁଣ ପ୍ରାଣୀକୁ ଆଳସ୍ୟ ଏବଂ ଅଜ୍ଞାନତାରେ ଢ଼ାଙ୍କି ଦିଏ । ଅଜ୍ଞାନ ଆବରଣଯୁକ୍ତ ହୋଇ, ବ୍ୟକ୍ତି ଖଳ ଏବଂ ଅପବିତ୍ର କାର୍ଯ୍ୟ କରିଥାଏ ଏବଂ ତଦନୁସାରେ ଫଳ ଭୋଗ କରିଥାଏ ।