Bhagavad Gita: Chapter 14, Verse 24-25

ସମଦୁଃଖସୁଖଃ ସ୍ୱସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ ।
ତୁଲ୍ୟପ୍ରିୟାପ୍ରିୟୋ ଧୀରସ୍ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ ।।୨୪।।
ମାନାପମାନୟୋସ୍ତୁଲ୍ୟସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ ।
ସର୍ବାରମ୍ଭପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ।।୨୫।।

ସମ-ସମାନ; ଦୁଃଖ-ଦୁଃଖରେ; ସୁଖଃ-ସୁଖରେ; ସ୍ୱସ୍ଥଃ- ଆତ୍ମାରେ ଅବସ୍ଥାନ କରି; ସମ-ସମାନଭାବରେ; ଲୋଷ୍ଟ-ମାଟି; ଅଶ୍ମ-ପଥର; କାଞ୍ଚନଃ-ସୁନା; ତୁଲ୍ୟ -ସମାନ; ପ୍ରିୟ-ପ୍ରିୟ; ଅପ୍ରିୟଃ-ଅପ୍ରିୟ; ଧୀରଃ-ସ୍ଥିର; ତୁଲ୍ୟ-ସମାନ; ନିନ୍ଦା-ନିନ୍ଦାରେ; ଆତ୍ମସଂସ୍ତୁତି- ଆତ୍ମପ୍ରଶଂସାରେ; ମାନ-ସମ୍ମାନ; ଅପମାନୟୋଃ- ଅପମାନ; ତୁଲ୍ୟଃ-ସମାନ; ତୁଲ୍ୟଃ-ସମ ଭାବରେ; ମିତ୍ର-ବନ୍ଧୁ; ଅରି-ଶତ୍ରୁ; ପକ୍ଷୟୋଃ-ପକ୍ଷକୁ; ସର୍ବ-ସମସ୍ତ; ଆରମ୍ଭଃ-ପ୍ରଚେଷ୍ଟା; ପରିତ୍ୟାଗୀ- ପରିତ୍ୟାଗୀ; ଗୁଣ ଅତୀତଃ- ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କରିଥିବା; ସଃ-ସେ; ଉଚ୍ୟତେ- କୁହାଯାଏ ।

Translation

BG 14.24-25: ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ ।

Commentary

ଭଗବାନଙ୍କ ପରି ଆତ୍ମା ମଧ୍ୟ ତ୍ରିଗୁଣର ଊର୍ଦ୍ଧ୍ୱରେ । ଶାରୀରିକ ଚେତନାରେ ଆମେ ନିଜକୁ ଦୁଃଖ ବା ସୁଖରେ ସମ୍ମିଳିତ କରେ ଏବଂ ଶେଷରେ ଉଲ୍ଲାସ ଓ ହତାଶ ମଧ୍ୟରେ ଦୋଳାୟିତ ହୋଇଥାଏ । କିନ୍ତୁ ଯେଉଁମାନେ ଦିବ୍ୟ ସୋପାନରେ ସ୍ଥିତ, ସେମାନେ ଶରୀରର ସୁଖ ବା ଦୁଃଖ ସହିତ ତାଦାତ୍ମ୍ୟ କରନ୍ତି ନାହିଁ । ଏପରି ଆତ୍ମ-ଜ୍ଞାନୀ ସାଧୁଗଣ ସଂସାରର ଦ୍ୱୈତକୁ ଉପଲବ୍ôଧ କରି ତଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଅତଏବ, ସେମାନେ ନିର୍ଗୁଣ ହୋଇଯାଆନ୍ତି । ଏହା ସେମାନଙ୍କୁ ସମଦର୍ଶୀ କରାଇଥାଏ, ଯଦ୍ୱାରା ସେମାନେ ଗୋଟିଏ ପଥର ଖଣ୍ଡ, ଗୋଟିଏ ମାଟି ଗୋଳା ଓ ସୁବର୍ଣ୍ଣ, ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି, ନିନ୍ଦା ଓ ପ୍ରଶଂସାକୁ ସମାନ ଦୃଷ୍ଟିରେ ଦେଖିଥାନ୍ତି ।