ଅବ୍ୟକ୍ତୋଽକ୍ଷର ଇତ୍ୟୁକ୍ତସ୍ତମାହୁଃ ପରମାଂ ଗତିମ୍ ।
ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୨୧।।
ଅବ୍ୟକ୍ତଃ - ଅବ୍ୟକ୍ତ; ଅକ୍ଷରଃ - ଅବିନାଶୀ; ଇତି - ଏହି ପ୍ରକାରେ; ଉକ୍ତଃ - କୁହା ଯାଇଛି; ତମ୍ - ଯାହା, ଆହୁଃ - କୁହାଯାଏ ; ପରମଂ - ପରମ; ଗତିମ୍ - ଲକ୍ଷ୍ୟସ୍ଥଳ; ଯଂ - ଯାହା; ପ୍ରାପ୍ୟ - ପ୍ରାପ୍ତ ହେଲେ; ନ - କଦାପି ନୁହେଁ; ନିବର୍ତନ୍ତେ - ଫେରନ୍ତି ନାହିଁ; ତତ୍-ଧାମ- ସେହି ଧାମ; ପରମଂ - ପରମ ; ମମ- ମୋର ।
Translation
BG 8.21: ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ ଧାମ ଅଟେ ।
Commentary
ଆଧ୍ୟାତ୍ମିକ ଜଗତର ଦିବ୍ୟ ଆକାଶକୁ ‘ପରବ୍ୟୋମ’ କୁହାଯାଏ । ଏଥିରେ ଭଗବାନଙ୍କର ବିଭିନ୍ନ ସ୍ୱରୂପର ଚିରନ୍ତନ ଲୋକ ରହିଥାଏ, ଯଥା ଗୋଲକ (ଶ୍ରୀକୃଷ୍ଣଙ୍କର ଲୋକ), ସାକେତ ଲୋକ (ଶ୍ରୀରାମଙ୍କର ଲୋକ), ବୈକୁଣ୍ଠ ଲୋକ (ନାରାୟଣଙ୍କର ଲୋକ) । ଶିବ ଲୋକ (ସଦାଶିବଙ୍କର ଲୋକ), ଦେବୀ ଲୋକ (ମା ଦୁର୍ଗାଙ୍କର ଲୋକ) ଇତ୍ୟାଦି । ଭଗବାନଙ୍କର ବିଭିନ୍ନ ସ୍ୱରୂପର ଏହି ସବୁ ଲୋକରେ ପରମାତ୍ମା ତାଙ୍କର ଦିବ୍ୟ ରୂପରେ, ତାଙ୍କର ପରିକରମାନଙ୍କ ସହିତ ନିତ୍ୟ ନିବାସ କରନ୍ତି । ଭଗବାନଙ୍କର ଏହି ସବୁ ସ୍ୱରୂପ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି, ସେମାନେ ସେହି ଗୋଟିଏ ଭଗବାନଙ୍କର ବିଭିନ୍ନ ସ୍ୱରୂପ ଅଟନ୍ତି । ବ୍ୟକ୍ତି ଭଗବାନଙ୍କର ଯେଉଁ ସ୍ୱରୂପର ଉପାସନା କରେ, ଭଗବତ ପ୍ରାପ୍ତି ପରେ, ସେ ଭଗବାନଙ୍କର ସେହି ସ୍ୱରୂପର ଲୋକକୁ ଯାଏ । ଆତ୍ମା ଏକ ଦିବ୍ୟ ଶରୀର ପ୍ରାପ୍ତ କରି, ଭଗବାନଙ୍କର ଦିବ୍ୟ ଲୀଳାରେ ଅନନ୍ତ କାଳ ପାଇଁ ସମ୍ମିଳିତ ହୋଇଯାଏ ।