ଅଭିସନ୍ଧାୟ ତୁ ଫଳଂ ଦମ୍ଭାର୍ଥମପି ଚୈବ ଯତ୍ ।
ଇଜ୍ୟତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ବିଦ୍ଧି ରାଜସମ୍ ।।୧୨।।
ଅଭିସନ୍ଧାୟ- ପ୍ରେରିତ ହୋଇ; ତୁ- କିନ୍ତୁ; ଫଳଂ -ଫଳ; ଦମ୍ଭ -କପଟ; ଅର୍ଥର୍ଂ- ଉଦ୍ଦେଶ୍ୟରେ; ଅପି -ମଧ୍ୟ; ଚ -ଏବଂ; ଏବ- ନିଶ୍ଚିତଭାବେ. ଯତ୍- ଯାହା; ଇଜ୍ୟତେ - ପାଳନ କରାଯାଏ; ଭରତଶ୍ରେଷ୍ଠ - ହେ ଭରତଶ୍ରେଷ୍ଠ; ତଂ- ତାହା; ଯଜ୍ଞ- ଯଜ୍ଞଃ; ବିଦ୍ଧି - ଜାଣ; ରାଜସମ୍ - ରାଜସିକ ଅଟେ ।
Translation
BG 17.12: ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।
Commentary
ଯଜ୍ଞ ଯଦି ବହୁ ଆଡ଼ମ୍ବରଯୁକ୍ତ ପ୍ରଦର୍ଶନ ଭାବରେ ସମ୍ପାଦିତ ହୁଏ ଏବଂ ତା’ ପଛରେ କିଛି ସ୍ୱାର୍ଥପର ମନୋଭାବ ରହିଥାଏ; ଯଥା, “ଏହାର ପ୍ରତିବଦଳରେ ମୁଁ କ’ଣ ପାଇବି?”, ତା’ହେଲେ ସେହି ଯଜ୍ଞ ଭଗବାନଙ୍କ ସହ ଏକ ବ୍ୟାପାର ସଦୃଶ ହୋଇଯାଏ । ଶୁଦ୍ଧ ଭକ୍ତି ତାହାହିଁ ଅଟେ, ଯହିଁରେ ପ୍ରତିବଦଳରେ କୌଣସି ଆଶା ନ ଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଜ୍ଞ ଆଡମ୍ବରପୂର୍ଣ୍ଣ ଭାବରେ କରାଯାଇପାରେ, କିନ୍ତୁ ତାହା ଯଦି ପ୍ରତିଷ୍ଠା, ପଦବୀ ବୃଦ୍ଧି ଇତ୍ୟାଦି ଫଳପ୍ରାପ୍ତି ଉଦ୍ଦେଶ୍ୟରେ ହୋଇଥାଏ, ତାହେଲେ ତାହା ରାଜସିକ ଅଟେ ।