Bhagavad Gita: Chapter 17, Verse 25

ତଦିତ୍ୟନଭିସନ୍ଧାୟ ଫଳଂ ଯଜ୍ଞତପଃକ୍ରିୟାଃ ।
ଦାନକ୍ରିୟାଶ୍ଚ ବିବିଧାଃ କ୍ରିୟନ୍ତେ ମୋକ୍ଷକାଙ୍‌କ୍ଷିଭିଃ ।।୨୫।।

ତତ୍ - ‘ତତ୍‌’ ଶବ୍ଦ; ଇତି- ଏହିପରି ଉଚ୍ଚାରଣ କରି; ଅନଭିସନ୍ଧାୟ -କାମନା ନ କରି; ଫଳଂ- ଫଳ ପ୍ରାପ୍ତି; ଯଜ୍ଞ-ଯଜ୍ଞ; ତପଃ - ତପସ୍ୟା; କ୍ରିୟାଃ - କ୍ରିୟା (କର୍ମ); ଦାନ-ଦାନ; କ୍ରିୟାଃ - କ୍ରିୟା(କର୍ମ); ଚ-ଏବଂ; ବିବିଧାଃ -ନାନାପ୍ରକାର; କ୍ରିୟନ୍ତେ- କରନ୍ତି; ମୋକ୍ଷ-କାଙ୍‌କ୍ଷିଭିଃ - ଯେଉଁମାନେ ମାୟିକ ବନ୍ଧନରୁ ମୁକ୍ତି ଇଚ୍ଛା କରନ୍ତି ।

Translation

BG 17.25: ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ ‘ତତ୍‌’ ଶବ୍ଦର ଉଚ୍ଚାରଣ କରିଥାନ୍ତି ।

Commentary

ସମସ୍ତ କର୍ମର ଫଳ ଭଗବାନଙ୍କର ଅଟେ । ତେଣୁ ସମସ୍ତ ଯଜ୍ଞ, ତପ ଓ ଦାନ ଭଗବତ୍ ପ୍ରୀତ୍ୟର୍ଥ ଅର୍ପଣ କରି ପବିତ୍ର କରାଯିବା ଉଚିତ । ଶ୍ରୀକୃଷ୍ଣ “ତତ୍‌” ଶବ୍ଦକୁ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରି ତାହାକୁ ମହିମାନ୍ୱିତ କରିଛନ୍ତି । ଯଜ୍ଞ, ତପ ଓ ଦାନ ସହିତ ତତ୍ ଉଚ୍ଚାରଣ ସଙ୍କେତ ଦେଇଥାଏ ଯେ ଏହିସବୁ କର୍ମ କୌଣସି ଭୌତିକ ଲାଭ ପାଇଁ ନୁହେଁ, ବରଂ ଭଗବତ୍ ପ୍ରାପ୍ତି ଦ୍ୱାରା ଆତ୍ମାର ଚିରନ୍ତନ କଲ୍ୟାଣ ପାଇଁ କରାଯାଉଅଛି ।