ଅଶ୍ରଦ୍ଧୟା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍ ।
ଅସଦିତ୍ୟୁଚ୍ୟତେ ପାର୍ଥ ନ ଚ ତତ୍ପ୍ରେତ୍ୟ ନୋ ଇହ ।।୨୮।।
ଅଶ୍ରଦ୍ଧୟା -ଶ୍ରଦ୍ଧାହୀନ; ହୁତଂ- ଯଜ୍ଞ; ଦତ୍ତଂ-ଦାନ; ତପଃ-ତପସ୍ୟା; ତପ୍ତଂ-ଅଭ୍ୟାସ କରାଯାଉଥିବା; କୃତଂ-ଅନୁଷ୍ଠିତ; ଚ-ଏବଂ; ଯତ୍-ଯାହା; ଅସତ୍ -ନଶ୍ୱର; ଇତି- ଏହିପରି; ଉଚ୍ୟତେ- କୁହାଯାଏ; ପାର୍ଥ- ହେ ପୃଥା ପୁତ୍ର; ନ-ନୁହେଁ; ଚ- ଏବଂ; ତତ୍- ତାହା; ପ୍ରେତ୍ୟ- ପରଲୋକରେ; ନୋ- ନୁହେଁ; ଇହ- ଇହଲୋକରେ ।
Translation
BG 17.28: ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍’ ଭାବରେ ବିବେଚିତ ହୁଏ । ସେଗୁଡ଼ିକ ଉଭୟ ଇହଲୋକ ଓ ପର ଲୋକରେ ମୂଲ୍ୟହୀନ ଅଟନ୍ତି ।
Commentary
ସମସ୍ତ ବୈଦିକ କର୍ମ ଶ୍ରଦ୍ଧାଯୁକ୍ତ ହୋଇ ସମ୍ପନ୍ନ କରିବା ଉଚିତ, ଏହାକୁ ପ୍ରତିପାଦିତ କରିବାକୁ ଯାଇ ଶ୍ରୀକୃଷ୍ଣ ବତ୍ତର୍ମାନ ଶ୍ରଦ୍ଧା ରହିତ ବୈଦିକ କର୍ମର ବ୍ୟର୍ଥତା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଶାସ୍ତ୍ର ଉପରେ ବିଶ୍ୱାସ ନ କରି କର୍ମ କରନ୍ତି, ଏହି ଜନ୍ମରେ ସେମାନେ ଉତ୍ତମ ଫଳ ପ୍ରାପ୍ତ କରନ୍ତି ନାହିଁ, କାରଣ ସେମାନଙ୍କର କର୍ମ ସବୁ ଠିକ୍ ଭାବରେ ସମ୍ପାଦିତ ହୋଇ ନ ଥାଏ । ଯେହେତୁ ସେଗୁଡ଼ିକ ବେଦଶାସ୍ତ୍ରର ସର୍ତ୍ତ ପୂରଣ କରନ୍ତି ନାହିଁ, ସେମାନେ ପର ଜନ୍ମରେ ମଧ୍ୟ ତା’ର ଫଳ ପାଇ ନ ଥାନ୍ତି । ତେଣୁ ଜଣଙ୍କର ଶ୍ରଦ୍ଧା ତାଙ୍କ ନିଜସ୍ୱ ମନ ଓ ବୁଦ୍ଧିର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଉଚିତ ନୁହେଁ । ତା ପରିବର୍ତ୍ତେ ଏହା ଶାସ୍ତ୍ର ଏବଂ ଗୁରୁଙ୍କର ଅକାଟ୍ୟ ଅଧିକାରୀତ୍ୱ ଉପରେ ଆଧାରିତ ହେବା ଉଚିତ । ଏହା ସପ୍ତଦଶ ଅଧ୍ୟାୟର ସାରମର୍ମ ଅଟେ ।