ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯମୀ ।
ଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ।।୬୯।।
ଯା- ଯାହା; ନିଶା-ରାତ୍ରି; ସର୍ବ-ସମସ୍ତ; ଭୂତାନାଂ-ଜୀବମାନଙ୍କର; ତସ୍ୟାଂ-ସେଥିରେ; ଜାଗର୍ତି-ଜାଗ୍ରତ; ସଂଯମୀ- ଆତ୍ମସଂଯମୀ; ଯସ୍ୟାଂ-ଯେଉଁଥିରେ; ଜାଗ୍ରତି-ଜାଗ୍ରତ; ଭୂତାନି-ସମସ୍ତ ଜୀବ; ସା-ତାହା; ନିଶା- ରାତ୍ରି; ପଶ୍ୟତଃ-ଦେଖନ୍ତି; ମୁନେଃ- ମୁନିମାନେ ।
Translation
BG 2.69: ଯାହାକୁ ସମସ୍ତ ପ୍ରାଣୀ ଦିନ ଭାବରେ ବିଚାର କରନ୍ତି, ତାହା ବିଜ୍ଞ ଲୋକର ଅଜ୍ଞାନର ରାତ୍ରି ଅଟେ ଏବଂ ଯାହାକୁ ସମସ୍ତ ପ୍ରାଣୀ ରାତ୍ରି ଭାବରେ ବିବେଚନା କରନ୍ତି, ତାହା ମନନଶୀଳ ମୁନିମାନଙ୍କ ପାଇଁ ଦିନ ଅଟେ ।
Commentary
ଶ୍ରୀକୃଷ୍ଣ ଏଠାରେ ଦିନ ଓ ରାତିକୁ ସାଂକେତିକ ଅର୍ଥରେ ବ୍ୟବହାର କରିଛନ୍ତି । ଲୋକମାନେ ଅନେକ ସମୟରେ ଏହାର ଆକ୍ଷରିକ ଅର୍ଥ କରି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଏକଦା ଜଣେ ଖଡ଼େଶ୍ରୀ ବାବା (ଛିଡ଼ା ହୋଇ ରହୁôଥିବା ସାଧୁ) ଥିଲେ, ଯାହାଙ୍କୁ ତାଙ୍କର ଶିଷ୍ୟମାନେ ଜଣେ ଅତି ଉଚ୍ଚକୋଟୀର ସାଧୁ ବୋଲି କହୁôଥିଲେ । ସେ ପଞ୍ଚତିରିଶ ବର୍ଷ ଧରି ଶୋଇ ନ ଥିଲେ । ସେ ତାଙ୍କ କକ୍ଷରେ ଏକ ଝୁଲନ୍ତା ଦଉଡ଼ି କାଖତଳେ ଧରି ଛିଡା ହୋଇ ରହୁଥିଲେ । ସେ ଛିଡ଼ା ହେବା ଭଙ୍ଗିରେ ରହିବା ପାଇଁ ସେଇ ଦଉଡ଼ିକୁ ବ୍ୟବହାର କରୁôଥିଲେ । ଏପରି କଷ୍ଟଦାୟୀ ସାଧନା ପାଇଁ ସେ କେଉଁଠାରୁ ପ୍ରେରଣା ପାଇଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କଲେ, ସେ ଭଗବଦ୍ ଗୀତାର ଏହି ଶ୍ଳୋକକୁ ଉଦ୍ଧୃତ କରୁଥିଲେ: “ଯାହାକୁ ସକଳ ପ୍ରାଣୀ ରାତି ଭାବରେ ଦେଖନ୍ତି, ବିଜ୍ଞଲୋକ ତାକୁ ଦିନ ଭାବରେ ବିବେଚନା କରିଥାଏ ।” ଏହାକୁ ପାଳନ କରିବାକୁ ସେ ରାତିରେ ଶୋଇବା ତ୍ୟାଗ କରିଥିଲେ । ଦେଖନ୍ତୁ, ଶ୍ଳୋକର କେତେ ଭୁଲ୍ ବୁଝାମଣା ! ସେହିପରି ଛିଡ଼ା ହେବା ଦ୍ୱାରା ତାଙ୍କର ପାଦ ଓ ଗୋଡ଼ର ନିମ୍ନ ଅଂଶ ଫୁଲିଯାଇଥିଲା ଏବଂ ପ୍ରକୃତରେ ଛିଡ଼ା ହେବା ବ୍ୟତୀତ ସେ ଅନ୍ୟ କିଛି କରିପାରୁ ନ ଥିଲେ ।
ଆସନ୍ତୁ ଶ୍ରୀକୃଷ୍ଣଙ୍କ ବାଣୀର ପ୍ରକୃତ ଅର୍ଥ ବୁଝିବାକୁ ଚେଷ୍ଟା କରିବା । ଯେଉଁମାନଙ୍କର ଚିନ୍ତାଧାରା ପାର୍ଥିବ, ସେମାନେ ସଂସାରର ଭୋଗକୁ ହିଁ ଜୀବନର ପ୍ରକୃତ ଲକ୍ଷ୍ୟ ଭାବେ ଧରିନିଅନ୍ତି । ସେମାନେ ସାଂସାରିକ ସୁଖ ପ୍ରାପ୍ତିକୁ ଜୀବନର ସଫଳତା ବା ଦିନ ଭାବିଥାନ୍ତି, ଏବଂ ଇନ୍ଦ୍ରିୟସୁଖରୁ ବଞ୍ôଚତ ହେବାକୁ ଅନ୍ଧକାର ବା ରାତ୍ରି ଭାବିଥାନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଦିବ୍ୟ ଜ୍ଞାନଯୁକ୍ତ, ସେମାନେ ଇନ୍ଦ୍ରିୟ ସୁଖକୁ ଆତ୍ମା ପାଇଁ କ୍ଷତିକାରକ ମନେ କରିଥାନ୍ତି ଏବଂ ତାକୁ ରାତ୍ରି ସହିତ ତୁଳନା କରନ୍ତି । ସେମାନେ ଇନ୍ଦ୍ରିୟ ସୁଖ ଠାରୁ ଦୂରେଇ ରହି ଆତ୍ମାର ଉନ୍ନତି କରିବାକୁ ପ୍ରକୃତ ଦିନ ଭାବରେ ବିଚାର କରନ୍ତି । ଶ୍ରୀକୃଷ୍ଣ ଏହିସବୁ ଶବ୍ଦର ଉପମା ଦେଇ କହୁଛନ୍ତି ଯେ, ବିଜ୍ଞ ବ୍ୟକ୍ତିମାନେ ଯାହାକୁ ରାତ୍ରି ଭାବିଥାନ୍ତି, ସଂସାରୀ ବ୍ୟକ୍ତି ତାହାକୁ ଦିନ ଭାବିଥାଏ ଓ ବିଜ୍ଞ ବ୍ୟକ୍ତି ଯାହାକୁ ଦିନ କହିଥାନ୍ତି, ତାକୁ ସାଂସାରିକ ବ୍ୟକ୍ତି ରାତ୍ରି ବିବେଚନା କରିଥାଏ ।