ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ପ୍ରାପ୍ୟ ଶୁଭାଶୁଭମ୍ ।
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୭।।
ଯଃ-ଯିଏ; ସର୍ବତ୍ର- ସବୁଠାରେ; ଅନଭିସ୍ନେହଃ- ଆସକ୍ତିରହିତ; ତତ୍-ତାହା;ତତ୍-ତାହା ପ୍ରାପ୍ୟ- ପ୍ରାପ୍ତ କରି; ଶୁଭ-ଶୁଭ (ଭଲ); ଅଶୁଭମ୍- ଅଶୁଭ (ମନ୍ଦ); ନ- ନୁହେଁ; ଅଭିନନ୍ଦତି-ଆନନ୍ଦିତ ହେବା; ନ-ନୁହେଁ; ଦ୍ୱେଷ୍ଟି-ନିରାଶ ହେବା; ତସ୍ୟ-ତାଙ୍କର; ପ୍ରଜ୍ଞା-ଠିକ୍ ଜ୍ଞାନ; ପ୍ରତିଷ୍ଠିତା-ପ୍ରତିଷ୍ଠିତ ।
Translation
BG 2.57: ଯିଏ ସମସ୍ତ ପରିସ୍ଥିତିରେ ଅନାସକ୍ତ ରହନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତିରେ ଆନନ୍ଦିତ ହୁଅନ୍ତି ନାହିଁ କି ପ୍ରତିକୂଳ ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ, ସେ ପୂର୍ଣ୍ଣ ଜ୍ଞାନ ଯୁକ୍ତ ଯୋଗୀ ଅଟନ୍ତି ।
Commentary
ପ୍ରସିଦ୍ଧ ବ୍ରିଟିଶ୍ କବି, ରୁଡ଼ୟାର୍ଡ଼ କିପଲିଂଗ, ସ୍ଥିତପ୍ରଜ୍ଞ ଉପରେ ରଚିତ ଏହି ଶ୍ଳୋକର ମର୍ମକୁ ତାଙ୍କର କବିତା ଇଫ୍ (ଓଲ)ରେ ଅନ୍ତର୍ନିହିତ କରିଛନ୍ତି । ଏଠାରେ ତାହାର କିଛି ପଂକ୍ତି ଉଦ୍ଧୃତ କରାଯାଉଛି ।
ଯଦି ତୁମେ ସ୍ୱପ୍ନ ଦେଖିବ- ଏବଂ ସ୍ୱପ୍ନକୁ ତୁମର ମାଲିକ କରିବ ନାହିଁ,
ଯଦି ତୁମେ ଚିନ୍ତା କରିବା- ଏବଂ ଚିନ୍ତାକୁ ତୁମର ଉଦ୍ଦେଶ୍ୟ କରିବ ନାହିଁ ,
ଯଦି ତୁମେ ଜୟ ଏବଂ ପରାଜୟର ସମ୍ମୁଖୀନ ହେବ ଏବଂ ଉଭୟକୁ ସମାନ ଦୃଷ୍ଟିରେ ଦେଖିବ....
ଯଦି ଶତ୍ରୁ ବା ମିତ୍ର କେହି ତୁମକୁ ଆଘାତ ଦେଇପାରିବେ ନାହିଁ ।
ଯଦି ଅନେକ ଲୋକ ତୁମର ଅଟନ୍ତି, କିନ୍ତୁ କେହି ବି ଅତ୍ୟଧିକ ନୁହଁନ୍ତି ।
ଯଦି ତୁମେ ଗୋଟିଏ ନିର୍ମମ ମିିନିଟ୍ ଅନ୍ତର୍ଗତ
ଷାଠିଏ ସେକେଣ୍ଡର ପୂର୍ଣ୍ଣ ବିନିଯୋଗ କରି ପାରିବ
ତେବେ ଏ ସଂସାର ତୁମର ଏବଂ ଏହାର ସବୁକିଛି ତୁମର ହୋଇଯିବ ।
ଅଧିକନ୍ତୁ, ହେ ପୁତ୍ର! ତୁମେ ଜଣେ ପୁରୁଷ ହୋଇଯିବ ।
ଏହି କବିତାର ଲୋକପ୍ରିୟତା ସୂଚାଇ ଥାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଜ୍ଞାନୋଦୟର ଏକ ସହଜାତ ପ୍ରବୃତ୍ତି ରହିଛି, ଯାହା ଶ୍ରୀକୃଷ୍ଣ ଏଠାରେ ଅର୍ଜୁନଙ୍କୁ ବର୍ଣ୍ଣନା କରୁଛନ୍ତି । ଜଣେ ଆଶ୍ଚର୍ଯ୍ୟ ହୋଇପାରେ କେମିତି ଜଣେ ଇଂରାଜୀ କବି ଜ୍ଞାନର ଏହି ସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା ପରମେଶ୍ୱର କହିଛନ୍ତି । ବାସ୍ତବରେ ଜ୍ଞାନୋଦୟର ଏହି ପ୍ରବୃତ୍ତି ଜୀବର ସହଜାତ ସ୍ୱଭାବ ଅଟେ । ତେଣୁ ପୃଥିବୀର ସମସ୍ତ ସମାଜରେ, ପ୍ରତ୍ୟେକ ବ୍ୟକ୍ତି ଜ୍ଞାତସାରରେ ବା ଅଜ୍ଞାତସାରରେ ଏହାପ୍ରତି ଲାଳାୟିତ ହୁଅନ୍ତି । ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ଏଠାରେ ଏହାର ବର୍ଣ୍ଣନା କରୁଛନ୍ତି ।