Bhagavad Gita: Chapter 2, Verse 70

ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ
ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍‌ବତ୍ ।
ତଦ୍‌ବତ୍‌କାମା ଯଂ ପ୍ରବିଶନ୍ତି ସର୍ବେ
ସ ଶାନ୍ତିମାପ୍ନୋତି ନ କାମକାମୀ ।।୭୦।।

ଆପୂର୍ଯ୍ୟମାଣମ୍‌- ସର୍ବତୋ ଭାବେ ପରିପୂର୍ଣ୍ଣ; ଅଚଳ-ପ୍ରତିଷ୍ଠଂ- ଅବିଚଳିତ; ସମୁଦ୍ରମ୍‌-ସମୁଦ୍ର; ଆପଃ-ଜଳ; ପ୍ରବିଶନ୍ତି- ପ୍ରବେଶ କରେ; ଯଦ୍‌ବତ୍‌- ଯେପରି; ତଦ୍‌ବତ୍‌- ସେହିପରି; କାମାଃ-କାମନାଗୁଡ଼ିକ; ଯଂ-ଯାହା ମଧ୍ୟରେ; ପ୍ରବିଶନ୍ତି-ପ୍ରବେଶ କରନ୍ତି; ସର୍ବେ-ସମସ୍ତେ; ସଃ-ସେହି ବ୍ୟକ୍ତି; ଶାନ୍ତିମ୍‌-ଶାନ୍ତି; ଆପ୍ନୋତି-ପ୍ରାପ୍ତ ହୁଏ; ନ-ନୁହେଁ; କାମ-କାମୀ-ଯିଏ କାମନା ପୂର୍ତ୍ତି ଇଚ୍ଛାକରେ ।

Translation

BG 2.70: ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା ଅବିଚଳିତ ରହି ଶାନ୍ତି ପ୍ରାପ୍ତ କରନ୍ତି । କାମନା ପୂରଣ ପାଇଁ ଚେଷ୍ଟିତ ରହିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରେ ନାହିଁ ।

Commentary

ସମୁଦ୍ର ତା’ର ଶାନ୍ତ ଅବସ୍ଥା ବଜାୟ ରଖିବାରେ ଅଦ୍ୱିତୀୟ ଅଟେ । ନଦୀମାନଙ୍କର ଅବିଶ୍ରାନ୍ତ ପ୍ରବାହ ତା’କୁ ଜଳପ୍ଳାବିତ କରୁôଥିଲେ ମଧ୍ୟ ସେ ସର୍ବଦା ଶାନ୍ତ ରହିଥାଏ । ପୃଥିବୀର ସବୁ ନଦୀର ଜଳ ସମୁଦ୍ରରେ ମିଶୁଥିଲେ ବି ସେଥିରେ ବନ୍ୟା ଆସେନାହିଁ କିମ୍ବା କେବେ ତା’ର ଜଳ ହ୍ରାସ ପାଏନାହିଁ । ଶ୍ରୀକୃଷ୍ଣ ଆପୂର୍ଯ୍ୟମାଣଂ (ସମସ୍ତ ଦିଗରୁ ପୂର୍ଣ୍ଣ)ଶବ୍ଦ ବ୍ୟବହାର କରି ବର୍ଣ୍ଣନା କରିଛନ୍ତି ଯେ, ନଦୀଗୁଡ଼ିକ ବର୍ଷାଋତୁରେ ତାଙ୍କର ସମସ୍ତ ଜଳ ସମୁଦ୍ରରେ ଢ଼ାଳି ଦେଲେ ମଧ୍ୟ ସମୁଦ୍ରକୁ ଉଛୁଳାଇବାରେ ସକ୍ଷମ ହୁଅନ୍ତି ନାହିଁ । ସେହିପରି ସିଦ୍ଧ ମହାତ୍ମାମାନେ ଉଭୟ ଅବସ୍ଥାରେ - ଭୌତିକ ବସ୍ତୁକୁ ଶରୀର ପାଇଁ ଉପଯୋଗ କରି ବା ସେଗୁଡ଼ିକର ଅଭାବରେ, ଶାନ୍ତ ଏବଂ ଅବିଚଳିତ ରହିଥାଆନ୍ତି । କେବଳ ସେହିପରି ଜଣେ ସାଧକ ବାସ୍ତବ ଶାନ୍ତି ପ୍ରାପ୍ତ କରିପାରେ ।

Watch Swamiji Explain This Verse