ଯଦା ହି ନେନ୍ଦ୍ରିୟାର୍ଥେଷୁ ନ କର୍ମସ୍ୱନୁଷଜ୍ଜତେ ।
ସର୍ବସଂକଳ୍ପସଂନ୍ୟାସୀ ଯୋଗାରୂଢ଼ସ୍ତଦୋଚ୍ୟତେ ।।୪।।
ଯଦା - ଯେତେବେଳେ; ହି - ନିଶ୍ଚିତଭାବେ; ନ-ହୁଏ ନାହିଁ; ଇନ୍ଦ୍ରିୟ-ଅର୍ଥେଷୁ - ଇନ୍ଦ୍ରିୟବିଷୟରେ; ନ -ନୁହେଁ; କର୍ମସୁ - ସକାମ କର୍ମରେ; ଅନୁଷଜ୍ଜତେ - ଆସକ୍ତ ହୁଏ; ସର୍ବ-ସଂକଳ୍ପ - ସମସ୍ତ ଭୌତିକ କାମନା; ସଂନ୍ୟାସୀ - ତ୍ୟାଗୀ; ଯୋଗ-ଆରୁଢ଼ଃ - ଯୋଗାସୀନ; ତଦା- ସେତେବେଳେ; ଉଚ୍ୟତେ - କୁହାଯାଏ ।
Translation
BG 6.4: ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ ତାଙ୍କୁ ଯୋଗାରୂଢ କୁହାଯାଇ ଥାଏ ।
Commentary
ମନ ଯେତେବେଳେ ଯୋଗରେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଏହା ସଂସାରରୁ ଦୂରେଇ ଯିବା ସ୍ୱାଭାବିକ । ତେଣୁ ଜଣଙ୍କର ମନର ସ୍ଥିତିକୁ ମାପିବାର ଏକ ସହଜ ମାନଦଣ୍ଡ ହେଉଛି, ମନ କେତେଦୂର ସଂସାରଠାରୁ ବିରକ୍ତ, ତାହା ପରୀକ୍ଷା କରିବା । ଜଣେ ବ୍ୟକ୍ତିକୁ ସଂସାର ପ୍ରତି ବିମୁଖ ବୋଲି ସେତେବେଳେ ଧରାଯିବ, ଯେତେବେଳେ ସେ କୌଣସି ଭୌତିକ ବସ୍ତୁ ପାଇଁ ଲାଳାୟିତ ହେଉ ନ ଥିବ କିମ୍ବା ତାହା ପ୍ରାପ୍ତ କରିବା ପାଇଁ କୌଣସି ଉଦ୍ୟମ କରୁ ନ ଥିବ । ଏପରି ବ୍ୟକ୍ତି ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ କୌଣସି ପରିସ୍ଥିତି ବା ସୁଯୋଗ ଖୋଜେ ନାହିଁ । ଅନ୍ତତଃ ସେ ଇନ୍ଦ୍ରିୟ ଭୋଗର ସମସ୍ତ ଭାବନାରୁ ବିରତ ରହେ ଏବଂ ପୂର୍ବ ଉପଭୋଗର ସମସ୍ତ ସ୍ୃତିକୁ ଲୋପ କରିଦିଏ । ତାପରେ ଇନ୍ଦ୍ରିୟମାନଙ୍କର ଆବେଗରେ, ମନ ଆଉ ଆତ୍ମକୈନ୍ଦ୍ରିକ କାର୍ଯ୍ୟକଳାପ ପ୍ରତି ଉନ୍ମୁଖ ହୁଏ ନାହିଁ । ମନ ଉପରେ ଏହି ସ୍ତରର ନିୟନ୍ତ୍ରଣ ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କୁ ଯୋଗାରୂଢ କୁହାଯିବ ।