Bhagavad Gita: Chapter 10, Verse 1

ଶ୍ରୀକୃଷ୍ଣ ଉବାଚ
ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।
ଯତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।।୧।।

ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ଭୂୟ - ପୁନର୍ବାର; ଏବ - ନିଶ୍ଚିତରୂପେ; ମହାବାହୋ - ହେ ମହାବାହୁ! ଶୃଣୁ - ଶୁଣ; ମେ - ମୋର; ପରମଂ - ପରମ; ବଚଃ - କଥା; ଯତ୍ - ଯାହା; ତେ - ତୁମକୁ; ଅହଂ - ମୁଁ; ପ୍ରୀୟମାଣାୟ - ତୁମେ ମୋର ଅତି ପ୍ରିୟ ଜାଣି; ବକ୍ଷ୍ୟାମି - କହୁଛି; ହିତ-କାମାୟା - ତୁମର ମଙ୍ଗଳ ନିମିତ୍ତ ।

Translation

BG 10.1: ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ କାମନା କରି ମୁଁ ସେସବୁକୁ ତୁମ ନିକଟରେ ପ୍ରକାଶ କରୁଅଛି ।

Commentary

ତାଙ୍କର ମହିମା ଶ୍ରବଣ କରିବାରେ ଅର୍ଜୁନଙ୍କର ଆଗ୍ରହ ଦେଖି ଶ୍ରୀକୃଷ୍ଣ ମୁଗ୍ଧ ହେଲେ । ବର୍ତ୍ତମାନ ଅର୍ଜୁନଙ୍କର ଆଗ୍ରହ ଓ ଭକ୍ତିକୁ ବୃଦ୍ଧି କରିବା ପାଇଁ, ସେ ତାଙ୍କର ସୂକ୍ଷ୍ମ ଐଶ୍ୱର୍ଯ୍ୟ ଏବଂ ଅତୁଳନୀୟ ଗୁଣସବୁ ବର୍ଣ୍ଣନା କରିବାକୁ ଯାଉଛନ୍ତି । ସେ “ପ୍ରୀୟମାଣାୟ” ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ତୁମେ ମୋର ପ୍ରିୟ ସଖା ଅଟ, ତେଣୁ ମୁଁ ଏହି ବିଶେଷ ଜ୍ଞାନ ତୁମ ନିକଟରେ ପ୍ରକାଶ କରୁଛି ।”