Bhagavad Gita: Chapter 11, Verse 10-11

ଅନେକବକ୍ତ୍ର ନୟନମନେକାଦ୍ଭୁତଦର୍ଶନମ୍ ।
ଅନେକଦିବ୍ୟାଭରଣଂ ଦିବ୍ୟାନେକୋଦ୍ୟତାୟୁଧମ୍ ।।୧୦।।
ଦିବ୍ୟମାଲ୍ୟାମ୍ବରଧରଂ ଦିବ୍ୟଗନ୍ଧାନୁଲେପନମ୍ ।
ସର୍ବାଶ୍ଚର୍ଯ୍ୟମୟଂ ଦେବମନନ୍ତଂ ବିଶ୍ୱତୋମୁଖମ୍ ।।୧୧।।

ଅନେକ- ଅନେକ; ବକ୍ତ୍ର - ମୁଖ; ନୟନଂ - ଚକ୍ଷୁ; ଅନେକ - ଅନେକ; ଅଦ୍ଭୁତ - ଆଶ୍ଚର୍ଯ୍ୟଜନକ; ଦର୍ଶନମ୍‌- ଦୃଶ୍ୟ; ଅନେକ - ଅନେକ; ଦିବ୍ୟ - ଦିବ୍ୟ; ଆଭରଣଂ - ଅଳଙ୍କାର; ଦିବ୍ୟ - ଦିବ୍ୟ; ଅନେକ - ଅନେକ; ଉଦ୍ୟତ - ଉତ୍ତୋଳିତ; ଆୟୁଧମ୍ - ଅସ୍ତ୍ର; ଦିବ୍ୟ - ଦିବ୍ୟ; ମାଲ୍ୟ- ମାଳା; ଅମ୍ବର ଧରଂ - ପୋଷାକଦ୍ୱାରା ଆଚ୍ଛାଦିତ; ଦିବ୍ୟ- ଦିବ୍ୟ; ଗନ୍ଧ - ସୁଗନ୍ଧ; ଅନୁଲେପନଂ - ଲେପ୍ୟ; ସର୍ବ- ସମସ୍ତ; ଆଶ୍ଚର୍ଯ୍ୟମୟଂ - ଆଶ୍ଚର୍ଯ୍ୟଜନକ; ଦେବଂ - ଈଶ୍ୱର; ଅନନ୍ତଂ - ଅନନ୍ତ; ବିଶ୍ୱତଃ -ସବୁ ଦିଗରେ;ମୁଖମ୍ -ମୁଖ ।

Translation

BG 11.10-11: ଅର୍ଜୁନ ସେହି ବିଶ୍ୱରୂପରେ, ଅସଂଖ୍ୟ ମୁଖ ଓ ଚକ୍ଷୁ ଦେଖିବାକୁ ପାଇଲେ । ସେମାନେ ଦିବ୍ୟ ଆଭୂଷଣରେ ସୁସଜ୍ଜିତ ଥିଲେ ତଥା ଅନେକ ପ୍ରକାର ଦିବ୍ୟ ଅସ୍ତ୍ର ଧାରଣ କରିଥିଲେ । ତାଙ୍କ ବକ୍ଷରେ ଅନେକ ପ୍ରକାରର ମାଳ ଶୋଭା ପାଉଥିଲା ଏବଂ ଶରୀର ଅନେକ ପ୍ରକାର ସୁବାସିତ ଦିବ୍ୟ ସୁଗନ୍ଧରେ ଲେପିତ ହୋଇଥିଲା । ନିଜକୁ ସେ ଅଦ୍ଭୁତ, ଅନନ୍ତ ପରମେଶ୍ୱର ରୂପରେ ପ୍ରକଟ କରିଥିଲେ, ଯାହାର ମୁଖ ସବୁ ଦିଗରେ ଥିଲା ।

Commentary

ସଞ୍ଜୟ, ଅନେକ ଓ ଅନନ୍ତ ଶବ୍ଦର ବ୍ୟବହାର କରି, ଶ୍ରୀକୃଷ୍ଣଙ୍କର ଦିବ୍ୟ ବ୍ୟାପକ ବିଶ୍ୱରୂପର ବର୍ଣ୍ଣନା କରିଛନ୍ତି । ସମସ୍ତ ସୃଷ୍ଟି ଭଗବାନଙ୍କ ବିଶ୍ୱରୂପର ଶରୀର ଅଟେ, ତେଣୁ ଏଥିରେ ଅସଂଖ୍ୟ ମୁଖ, ଚକ୍ଷୁ, ପାଟି, ଆକାର, ରଙ୍ଗ ଏବଂ ରୂପ ରହିଛି । ମନୁଷ୍ୟର ବୁଦ୍ଧି ସମୟ, ସ୍ଥାନ ଓ ଆକୃତିର ସୀମିତ ପରିଧି ମଧ୍ୟରେ କୌଣସି ବସ୍ତୁକୁ ବୁଝିବାରେ ଅଭ୍ୟସ୍ତ ଅଟେ । ଭଗବାନଙ୍କ ବିଶ୍ୱରୂପର ଅସ୍ୱାଭାବିକ ଚମତ୍କାରିତା ଏବଂ  ଅଲୌକିକତା ସ୍ଥାନ ଓ ସୀମା ଅତିକ୍ରମ କରି ସବୁଦିଗରେ ପ୍ରକାଶିତ ହେଉଥିଲା । ତେଣୁ ଏହାକୁ ଯଥାର୍ଥରେ ବିସ୍ମୟକର କୁହାଯାଇ ପାରେ ।