Bhagavad Gita: Chapter 11, Verse 5

ଶ୍ରୀ ଭଗବାନ ଉବାଚ
ପଶ୍ୟ ମେ ତୀର୍ଥ ରୂପାଣି ଶତଶୋଽଥ ସହସ୍ରଶଃ ।
ନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତୀନି ଚ ।।୫।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ପଶ୍ୟ -ଦେଖ; ମେ -ମୋର; ପାର୍ଥ - ହେ ପୃଥାପୁତ୍ର; ରୂପାଣି - ରୂପସବୁ; ଶତଶଃ - ଶହଶହ; ଅଥ - ଏବଂ; ସହସ୍ରଶଃ - ହଜାର ହଜାର; ନାନାବିଧାନି - ନାନାବିଧ; ଦିବ୍ୟାନି- ଦିବ୍ୟ; ନାନା -ଅନେକପ୍ରକାର; ବର୍ଣ୍ଣ - ବର୍ଣ୍ଣ (ରଙ୍ଗ); ଆକୃତୀନି - ଆକୃତି; ଚ - ଏବଂ ।

Translation

BG 11.5: ଭଗବାନ କହିଲେ, ହେ ପାର୍ଥ! ମୋର ଶତ ସହସ୍ର ପ୍ରକାରର ଭିନ୍ନ ଭିନ୍ନ ରୂପ, ଆକୃତି ଓ ରଙ୍ଗ ବିଶିଷ୍ଟ ସ୍ୱରୂପକୁ ଦେଖ ।

Commentary

ଅର୍ଜୁନଙ୍କ ଅନୁରୋଧ ଶୁଣିବା ପରେ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପ ଦର୍ଶନ କରିବାକୁ ଅର୍ଜୁନଙ୍କୁ କହୁଛନ୍ତି । ସେ ପଶ୍ୟ ଶବ୍ଦ ବ୍ୟବହାର କରିଛନ୍ତି ଯାହାର ଅର୍ଥ, ଅର୍ଜୁନ ଧ୍ୟାନ ଦେବା ଆବଶ୍ୟକ । ଯଦିଓ ଏହା ଗୋଟିଏ ଆକାର, ଏହାର ବୈଶିଷ୍ଟ ଅନନ୍ତ ଅଟେ ଏବଂ ଏଥିରେ ଏକାଧିକ ଆକାର ଓ ରଙ୍ଗ ବିଶିଷ୍ଟ ଅନନ୍ତ ବ୍ୟକ୍ତିତ୍ୱ ସମାହିତ ହୋଇଛନ୍ତି । ଶ୍ରୀକୃଷ୍ଣ ଶତଶୋଽଥ ସହସ୍ରଶଃ ଶବ୍ଦ ବ୍ୟବହାର କରିଛନ୍ତି; ଅର୍ଥାତ୍ ସେଗୁଡ଼ିକ ଅସଂଖ୍ୟ ଆକୃତି ଓ ଆକାର ବିଶିଷ୍ଟ ଅଟନ୍ତି ।

ଅର୍ଜୁନଙ୍କୁ ତାଙ୍କର ଅସଂଖ୍ୟ ଆକୃତି ଓ ରଙ୍ଗ ବିଶିଷ୍ଟ ବିଶ୍ୱରୂପ ଦେଖିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସେହି ବିଶ୍ୱରୂପରେ ସ୍ୱର୍ଗର ଦେବତାମାନଙ୍କୁ ତଥା ଅନ୍ୟ ଅନେକ ବିସ୍ମୟ ସବୁ ଲକ୍ଷ୍ୟ କରିବାକୁ କହୁଛନ୍ତି ।