Bhagavad Gita: Chapter 11, Verse 40

ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ
ନମୋଽସ୍ତୁତେ ସର୍ବତ ଏବ ସର୍ବ ।
ଅନନ୍ତବୀର୍ଯ୍ୟାମିତବିକ୍ରମସ୍ତ୍ୱଂ
ସର୍ବଂ ସମାପ୍ନୋଷି ତତୋଽସି ସର୍ବଃ ।।୪୦।।

ନମଃ-ନମସ୍କାର; ପୁରସ୍ତାତ୍‌-ସମ୍ମୁଖ ଭାଗରୁ; ଅଥ-ଏବଂ; ପୃଷ୍ଠତଃ - ପୃଷ୍ଠ ଭାଗରୁ; ତେ- ଆପଣଙ୍କୁ; ନମଃ ଅସ୍ତୁ - ମୁଁ ପ୍ରଣାମ କରୁଛି ; ତେ- ଆପଣଙ୍କୁ; ସର୍ବତଃ- ସବୁଦିଗରୁ; ଏବ ସର୍ବ-ବାସ୍ତବରେ ଆପଣ ସବକିଛିୁ ଅଟନ୍ତି; ଅନନ୍ତବୀର୍ଯ୍ୟ- ଅନନ୍ତ ଶକ୍ତି; ଅମିତ-ବିକ୍ରମଃ- ଅସୀମ ବଳ; ତ୍ୱଂ-ଆପଣ; ସର୍ବଂ- ସବୁକିଛି; ସମାପ୍ନୋଷି-ବ୍ୟାପ୍ତ; ତତଃ ଅସି- ତେଣୁ ଆପଣ; ସର୍ବଃ- ସବୁ ।

Translation

BG 11.40: ହେ ଅନନ୍ତ ଶକ୍ତିଯୁକ୍ତ ଭଗବାନ ! ଆପଣଙ୍କୁ ସମ୍ମୁଖରୁ ,ପଶ୍ଚାତ୍ ଦେଶରୁ ଓ ସମସ୍ତ ଦିଗରୁ ମୋର ପ୍ରଣାମ । ଆପଣ ଅଫୁରନ୍ତ ଶୌର୍ଯ୍ୟବାନ ଏବଂ ମହା ପରାକ୍ରମୀ ଅଟନ୍ତି ଏବଂ ଆପଣ ସମସ୍ତ ସଂସାରରେ ବ୍ୟାପ୍ତ ଅଟନ୍ତି, ତେଣୁ ଆପଣ ହିଁ ସର୍ବରୂପ ଅଟନ୍ତି ।

Commentary

ଅର୍ଜୁନ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟଗାନ କରିବାର କ୍ରମ ଅବ୍ୟାହତ ରଖିଛନ୍ତି ଏବଂ ତାଙ୍କୁ ଅନନ୍ତବୀର୍ଯ୍ୟ ଏବଂ ଅନନ୍ତ-ବିକ୍ରମଃ ଘୋଷଣା କରୁଛନ୍ତି । ବିସ୍ମୟାଭିଭୁତ ହୋଇ, ସେ ନମଃ ! ନମଃ ! କହି ଶ୍ରୀକୃଷ୍ଣଙ୍କୁ ସମସ୍ତ ଦିଗରୁ ପ୍ରଣାମ ଜଣାଉଛନ୍ତି ।