Bhagavad Gita: Chapter 11, Verse 30

ଲେଲିହ୍ୟସେ ଗ୍ରସମାନଃ ସମନ୍ତା-
ଲ୍ଲୋକାନ୍‌ସମଗ୍ରାନ୍ୱଦନୈଜ୍ୱର୍ଳଦ୍ଭିଃ ।
ତେଜୋଭିରାପୂର୍ଯ୍ୟ ଜଗତ୍‌ସମଗ୍ରଂ
ଭାସସ୍ତବୋଗ୍ରାଃ ପ୍ରତପନ୍ତି ବିଷ୍ଣୋ ।।୩୦।।

ଲେଲିହ୍ୟସେ - ଜିଭରେ ଚାଟିକରି; ଗ୍ରସମାନଃ - ଗ୍ରାସକରି; ସମନ୍ତାତ୍ - ସବୁ ଦିଗରୁ; ଲୋକାନ୍ -ସବୁ ଲୋକ; ସମଗ୍ରାନ୍ - ସମ୍ପୂର୍ଣ୍ଣରୂପେ; ବଦନୈଃ - ମୁଖଦ୍ୱାରା; ଜ୍ୱଳଦ୍ଭିଃ - ପ୍ରଜ୍ଜ୍ୱଳିତ; ତେଜୋଭିଃ - ତେଜଦ୍ୱାରା; ଆପୂର୍ଯ୍ୟ- ଢ଼ାଙ୍କିକରି; ଜଗତ୍ - ଜଗତ; ସମଗ୍ରଂ - ସମଗ୍ର; ଭାସ-ପ୍ରକାଶ; ତବ - ଆପଣଙ୍କର; ଉଗ୍ରାଃ - ଭୟଙ୍କର; ପ୍ରତପନ୍ତି - ଅତି ପ୍ରଖର; ବିଷ୍ଣୋ - ହେ ଭଗବାନ ବିଷ୍ଣୁ ।

Translation

BG 11.30: ଆପଣଙ୍କର ଶାଣିତ ଜିହ୍ୱାଦ୍ୱାରା, ଆପଣ ଅଗଣିତ ପ୍ରାଣୀଙ୍କୁ ଚତୁର୍ଦ୍ଦିଗରୁ ଲେହନ କରୁଛନ୍ତି ଏବଂ ଆପଣଙ୍କର ଜ୍ୱଳନ୍ତ ମୁଖରେ ସେମାନଙ୍କୁ ଗ୍ରାସ କରୁଛନ୍ତି । ହେ ବିଷ୍ଣୁ! ଆପଣଙ୍କର ଦୀପ୍ତିର ତୀକ୍ଷ୍‌ଣ ଏବଂ ସର୍ବବ୍ୟାପୀ ରଶ୍ମୀରେ ଆପଣ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍‌ଭାସିତ କରୁଛନ୍ତି ।

Commentary

ଭଗବାନ ତାଙ୍କର, ସୃଷ୍ଟି, ପାଳନ ଓ ବିନାଶ ରୂପକ ସର୍ବଶ୍ରେଷ୍ଠ ଶକ୍ତି ଦ୍ୱାରା ବିଶ୍ୱର ନିୟନ୍ତ୍ରଣ କରିଥାନ୍ତି । ବର୍ତ୍ତମାନ ଅର୍ଜୁନ ତାଙ୍କୁ ନିଜର ବନ୍ଧୁ ଓ ସହଯୋଗୀଙ୍କୁ ସମସ୍ତ ଦିଗରୁ ଗ୍ରାସ କରୁଥିବା ଏକ ସର୍ବଗ୍ରାସୀ ଶକ୍ତି ରୂପରେ ଦେଖୁଛନ୍ତି । ଭଗବାନଙ୍କର ବିଶ୍ୱରୂପ ମଧ୍ୟରେ, ଭବିଷ୍ୟତରେ ଘଟିବାକୁ ଥିବା ଘଟଣାବଳୀର ଛାୟାରୂପ ଅବଲୋକନ କରି, ଅର୍ଜୁନ ଦେଖିବାକୁ ପାଉଛନ୍ତି ଯେ, ଆସନ୍ନ ଯୁଦ୍ଧରେ ତାଙ୍କର ଶତ୍ରୁମାନେ ବିଲୁପ୍ତ ହୋଇ ଯାଉଛନ୍ତି । ସେ ତାଙ୍କର ଅନେକ ମିତ୍ରଙ୍କୁ ମଧ୍ୟ ମୃତ୍ୟୁର କବଳିତ ହେଉଥିବା ଦେଖି ପାରୁଛନ୍ତି । ସେହି ଅଦ୍ଭୁତ ଦୃଶ୍ୟର ଅବଲୋକନରେ ଆତଙ୍କିତ ହୋଇ, ପରବର୍ତ୍ତୀ ଶ୍ଲୋକରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ।