Bhagavad Gita: Chapter 18, Verse 25

ଅନୁବନ୍ଧଂ କ୍ଷୟଂ ହିଂସାମନପେକ୍ଷ୍ୟ ଚ ପୌରୁଷମ୍ ।
ମୋହାଦାରଭ୍ୟତେ କର୍ମ ଯତ୍ତତ୍ତାମସମୁଚ୍ୟତେ ।।୨୫।।

ଅନୁବନ୍ଧଂ-ପରିଣାମ; କ୍ଷୟଂ-କ୍ଷତି; ହିଂସାଂ- ହିଂସା; ଅନପେକ୍ଷ୍ୟ -ଉପେକ୍ଷା କରି; ଚ-ଏବଂ; ପୌରୁଷମ୍ -ନିଜର ସାମର୍ଥ୍ୟ; ମୋହାତ୍ -ମୋହରେ; ଆରଭ୍ୟତେ- ଆରମ୍ଭ କରାଯାଏ; କର୍ମ-କର୍ମ; ଯତ୍‌-ଯାହା; ତତ୍‌-ତାହା; ତାମସମ୍‌-ତାମସିକ; ଉଚ୍ୟତେ-କୁହାଯାଏ ।

Translation

BG 18.25: ଯେଉଁ କର୍ମ ଭ୍ରମରୁ ଜାତ ହୁଏ ତଥା ନିଜ ସାମର୍ଥ୍ୟର ବିଚାର ନ କରି, ପରିଣାମ, ହାନି ଏବଂ ଅନ୍ୟମାନଙ୍କର କ୍ଷତିକୁ ଉପେକ୍ଷା କରି କରାଯାଇଥାଏ, ତାହା ତମୋଗୁଣୀ କର୍ମ ଅଟେ ।

Commentary

ତମୋଗୁଣ ଯୁକ୍ତ ବ୍ୟକ୍ତିଙ୍କର ବୁଦ୍ଧି ଅଜ୍ଞାନର କୁହୁଡିରେ ଆବୃତ୍ତ ହୋଇଥାଏ । ଉଚିତ କ’ଣ ବା ଅନୁଚିତ କ’ଣ ବିଚାର କରିବାରେ ସେମାନଙ୍କର ଆଗ୍ରହ ନ ଥାଏ । ସେମାନଙ୍କର ଆଗ୍ରହ କେବଳ ନିଜ ପ୍ରତି ଏବଂ ନିଜର ସ୍ୱାର୍ଥ ପ୍ରତି ରହିଥାଏ । ସେମାନେ ନିଜ ପାଖରେ ଥିବା ଅର୍ଥ କିମ୍ବା ଅନ୍ୟ ସାଧନ ପ୍ରତି, ଅନ୍ୟର ହେଉଥିବା କ୍ଷତି ପ୍ରତି ଉପେକ୍ଷା ଭାବ ପ୍ରଦର୍ଶନ କରିଥାନ୍ତି । ଏହିପରି କାର୍ଯ୍ୟ ତାଙ୍କ ନିଜର ଏବଂ ଅନ୍ୟମାନଙ୍କର କ୍ଷତି ସାଧନ କରିଥାଏ । ଶ୍ରୀକୃଷ୍ଣ କ୍ଷୟ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ଅବନତି । ତାମସିକ କର୍ମ ବ୍ୟକ୍ତିର ସ୍ୱାସ୍ଥ୍ୟ ଏବଂ ସାମର୍ଥ୍ୟର ଅବନତି କରାଇଥାଏ ।  ଏହା ଉଦ୍ୟମ, ସମୟ ଓ ସାଧନର ବିପୁଳ ଅପଚୟ ଅଟେ । ଏହାର ବିଶିଷ୍ଟ ଉଦାହରଣ ଜୁଆ, ଚୋରୀ, ଦୁର୍ନୀତି ଏବଂ ମଦ୍ୟପାନ ଇତ୍ୟାଦି ।