ପୃଥକ୍ତ୍ୱେନ ତୁ ଯଜ୍ଜ୍ଞାନଂ ନାନାଭାବାନ୍ ପୃଥଗ୍ବିଧାନ୍ ।
ବେତ୍ତି ସର୍ବେଷୁ ଭୂତେଷୁ ତଜ୍ଜ୍ଞାନଂ ବିଦ୍ଧି ରାଜସମ୍ ।।୨୧।।
ପୃଥକ୍ତ୍ୱେନ -ପୃଥକ୍; ତୁ -ଯଦିଓ; ଯତ୍-ଜ୍ଞାନଂ- ଯେଉଁ ଜ୍ଞାନ; ନାନା-ଭାବାନ୍ - ବିବିଧ ପ୍ରକାର ଅବସ୍ଥିତି; ପୃଥକ୍-ବିଧାନ୍ - ପୃଥକ୍ ଭାବରେ; ବେତ୍ତି -ଯିଏ ଜାଣେ; ସର୍ବେଷୁ -ସମସ୍ତଙ୍କ ଠାରେ; ଭୂତେଷୁ -ଜୀବଗଣଙ୍କ ଠାରେ; ତତ୍ ଜ୍ଞାନଂ-ସେହି ଜ୍ଞାନ; ବିଦ୍ଧି-ଜାଣ; ରାଜସମ୍-ରାଜସିକ ।
Translation
BG 18.21: ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ପୃଥକ୍ ପୃଥକ୍ ଶରୀରରେ ଭିନ୍ନ ଭିନ୍ନ ଜୀବଙ୍କୁ ଦେଖିଥାଏ ଏବଂ ସେମାନଙ୍କୁ ପରସ୍ପର ଠାରୁ ପୃଥକ୍ ମନେ କରିଥାଏ, ସେହି ଜ୍ଞାନ ରାଜସିକ ଗୁଣ ଭାବରେ ପରିଗଣିତ ହୁଏ ।
Commentary
ଶ୍ରୀକୃଷ୍ଣ ବର୍ତ୍ତମାନ ରାଜସିକ ଜ୍ଞାନ ବିଷୟରେ ବର୍ଣ୍ଣନା କରୁଛନ୍ତି । ଯେଉଁ ଜ୍ଞାନ ଦ୍ୱାରା ସଂସାରକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖି ହୁଏ ନାହିଁ, ଫଳତଃ ମନୁଷ୍ୟକୁ ଜାତି, ଶ୍ରେଣୀ, ଧର୍ମ, ସମ୍ପ୍ରଦାୟ ଓ ରାଷ୍ଟ୍ରୀୟତା ମଧ୍ୟରେ ପୃଥକ୍ ମନେ କରାଯାଇଥାଏ, ତାହା ରାଜସିକ ଜ୍ଞାନ ଅଟେ । ଏହି ଜ୍ଞାନ ଗୋଟିଏ ମାନବ ସମାଜକୁ ଅସଂଖ୍ୟ ଶ୍ରେଣୀରେ ବିଭକ୍ତ କରିଥାଏ । ଯେଉଁ ଜ୍ଞାନ ଯୋଡ଼ି ଥାଏ, ତାହା ସାତ୍ତ୍ୱିକ ଜ୍ଞାନ ଅଟେ ଏବଂ ଯେଉଁ ଜ୍ଞାନ ଭାଗ କରିଥାଏ, ତାହା ରାଜସିକ ଅଟେ ।