Bhagavad Gita: Chapter 18, Verse 43

ଶୌର୍ଯ୍ୟଂ ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ଚାପ୍ୟପଳାୟନମ୍ ।
ଦାନମୀଶ୍ୱରଭାବଶ୍ଚ କ୍ଷାତ୍ରଂ କର୍ମ ସ୍ୱଭାବଜମ୍ ।।୪୩।।

ଶୌର୍ଯ୍ୟଂ- ବୀରତା; ତେଜଃ-ବଳ; ଧୃତିଃ-ଧୈର୍ଯ୍ୟ; ଦାକ୍ଷ୍ୟଂ-ଦକ୍ଷତା; ଯୁଦ୍ଧେ-ଯୁଦ୍ଧରେ; ଚ-ଏବଂ; ଅପି-ମଧ୍ୟ; ଅପଳାୟନମ୍‌-ପଳାଇ ନ ଯିବା; ଦାନଂ-ଉଦାରତା; ଈଶ୍ୱର-ନେତୃତ୍ୱ; ଭାବଃ-ସ୍ୱଭାବ; ଚ-ଏବଂ; କ୍ଷାତ୍ରଂ-କ୍ଷତ୍ରିୟ ସମ୍ବନ୍ଧୀୟ; କର୍ମ-କର୍ତ୍ତବ୍ୟ; ସ୍ୱଭାବଜମ୍‌-ସ୍ୱଭାବଜାତ ।

Translation

BG 18.43: ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ ।

Commentary

କ୍ଷତ୍ରିୟମାନଙ୍କର ସ୍ୱଭାବରେ ରାଜସିକ ଗୁଣ ସହିତ ସାତ୍ତ୍ୱିକ ଗୁଣ ମିଶ୍ରିତ ଥିଲା । ଏହା ସେମାନଙ୍କୁ ରାଜକୀୟ, ବୀର, ସାହସୀ, ପ୍ରଭାବଶାଳୀ ଏବଂ ଦାନଶୀଳ କରୁଥିଲା । ଏହି ଗୁଣଗୁଡ଼ିକ ସାମରିକ ଏବଂ ନେତୃତ୍ୱ କାର୍ଯ୍ୟ ପାଇଁ ଉପଯୁକ୍ତ ଥିଲା ଏବଂ ସେଥିପାଇଁ ସେମାନେ ପ୍ରଶାସନିକ ଶ୍ରେଣୀଭୁକ୍ତ ଭାବରେ ରାଜ୍ୟ ଶାସନ କରୁଥିଲେ । ତଥାପି ସେମାନେ ଅନୁଭବ କରୁଥିଲେ ଯେ ସେମାନେ ବ୍ରାହ୍ମଣମାନଙ୍କ ପରି ପବିତ୍ର ଓ ଜ୍ଞାନଯୁକ୍ତ ନ ଥିଲେ । ସୁତରାଂ ସେମାନେ ବ୍ରାହ୍ମଣମାନଙ୍କୁ ସମ୍ମାନ କରିବା ସହିତ, ସୈଦ୍ଧାନ୍ତିକ, ଆଧ୍ୟାତ୍ମିକ ଏବଂ ନୀତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ସେମାନଙ୍କର ଉପଦେଶ ଗ୍ରହଣ କରୁଥିଲେ ।