Bhagavad Gita: Chapter 18, Verse 33

ଧୃତ୍ୟା ଯୟା ଧାରୟତେ ମନଃପ୍ରାଣେନ୍ଦ୍ରିୟକ୍ରିୟାଃ ।
ଯୋଗେନାବ୍ୟଭିଚାରିଣ୍ୟା ଧୃତିଃ ସା ପାର୍ଥ ସାତ୍ତ୍ୱିକୀ ।।୩୩।।

ଧୃତ୍ୟା-ସଂକଳ୍ପ ଦ୍ୱାରା; ଯୟା- ଯାହା; ଧାରୟତେ-ପୁଷ୍ଟହୁଏ; ମନଃ-ମନ; ପ୍ରାଣ-ଜୀବନ; ଇନ୍ଦ୍ରିୟ-ଇନ୍ଦ୍ରିୟ; କ୍ରିୟାଃ-କର୍ମ; ଯୋଗେନ-ଯୋଗ ସାଧନାଦ୍ୱାରା; ଅବ୍ୟଭିଚାରିଣ୍ୟା- ଦୃଢତାପୂର୍ବକ; ଧୃତିଃ- ସଂକଳ୍ପ; ସା-ତାହା; ପାର୍ଥ-ହେ ପୃଥାପୁତ୍ର !; ସାତ୍ତ୍ୱିକୀ- ସାତ୍ତ୍ୱିକ ।

Translation

BG 18.33: ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।

Commentary

ବାଧାବିଘ୍ନ ସତ୍ତ୍ୱେ ନିଜ ମାର୍ଗରେ ଅଟଳ ରହିବା ପାଇଁ ମନ ଓ ବୁଦ୍ଧିର ଆନ୍ତରିକ ଶକ୍ତିକୁ ଧୃତି ବା ସଂକଳ୍ପ କୁହାଯାଏ । ସଂକଳ୍ପ ଲକ୍ଷ୍ୟରେ ଦୃଷ୍ଟିକୁ କେନ୍ଦ୍ରିତ କରେ ଏବଂ ଆମ ଯାତ୍ରାର ଆପାତତଃ ଅଲଂଘ୍ୟ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ ଶରୀର-ମନ-ବୁଦ୍ଧିର ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ ।

ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ଶ୍ରେଣୀର ସଂକଳ୍ପ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ଯୋଗାଭ୍ୟାସ ଦ୍ୱାରା ମନ ଶୃଙ୍ଖଳିତ ହୁଏ ଏବଂ ଇନ୍ଦ୍ରିୟ ଓ ଶରୀରକୁ ଶାସନ କରିବାର କ୍ଷମତା ବିକସିତ ହୁଏ । ଯେଉଁ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା, ପ୍ରାଣବାୟୁକୁ ସନ୍ତୁଳିତ ରଖିବା ଏବଂ ମନକୁ ନିୟନ୍ତ୍ରିତ କରିବା ପାଇଁ ସକ୍ଷମ ହୋଇଥାଏ, ତାହା ସାତ୍ତ୍ୱିକ ଧୃତି ଅଟେ ।