ଜ୍ଞାନଂ କର୍ମ ଚ କର୍ତା ଚ ତ୍ରିଧୈବ ଗୁଣଭେଦତଃ ।
ପ୍ରୋଚ୍ୟତେ ଗୁଣସଂଖ୍ୟାନେ ଯଥାବଚ୍ଛୃଣୁ ତାନ୍ୟପି ।।୧୯।।
ଜ୍ଞାନଂ-ଜ୍ଞାନ; କର୍ମ-କର୍ମ; ଚ-ଏବଂ; କର୍ତା-କର୍ତ୍ତା; ଚ-ମଧ୍ୟ; ତ୍ରିଧା-ତିନିପ୍ରକାର; ଏବ-ନିଶ୍ଚିତଭାବେ; ଗୁଣଭେଦତଃ-ପ୍ରାକୃତିକ ଗୁଣ ଅନୁଯାୟୀ; ପ୍ରୋଚ୍ୟତେ-କୁହାଯାଏ; ଗୁଣ-ସଂଖ୍ୟାନେ -ସାଂଖ୍ୟ ଦର୍ଶନ ଅନୁଯାୟୀ ବିଭିନ୍ନ ଗୁଣ; ଯଥାବତ୍ -ଯେପରି କାର୍ଯ୍ୟ କରନ୍ତି; ଶୃଣୁ-ଶୁଣ; ତାନି-ସେ ସବୁ; ଅପି-ମଧ୍ୟ ।
Translation
BG 18.19: ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, ତାହା ତୁମେ ଶ୍ରବଣ କର ।
Commentary
ଶ୍ରୀକୃଷ୍ଣ ପୁନର୍ବାର ପ୍ରକୃତିର ତିନିଗୁଣ ବିଷୟରେ ଆଲୋଚନା କରୁଛନ୍ତି । ଚତୁର୍ଦ୍ଦଶ ଅଧ୍ୟାୟରେ ସେ ଏହି ଗୁଣଗୁଡ଼ିକ ସମ୍ବନ୍ଧରେ ଉପକ୍ରମ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକ କିପରି ଆତ୍ମାକୁ ଜନ୍ମ ମୃତ୍ୟୁର ସଂସାରରେ ବାନ୍ଧି ରଖନ୍ତି, ତାହା ଦର୍ଶାଇଥିଲେ । ସପ୍ତଦଶ ଅଧ୍ୟାୟରେ, ଏମାନେ ମନୁଷ୍ୟଠାରେ ଶ୍ରଦ୍ଧାର ବିକାଶ ଏବଂ ତାହାର ଖାଦ୍ୟ ରୁଚିକୁ କିପରି ପ୍ରଭାବିତ କରନ୍ତି, ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ । ସେ ତିନିପ୍ରକାର ଯଜ୍ଞ, ଦାନ ଏବଂ ତପସ୍ୟା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏଠାରେ ଭଗବାନ ତିନିଗୁଣ ଅନୁଯାୟୀ ତିନି ପ୍ରକାର ଜ୍ଞାନ, କର୍ମ ଏବଂ କର୍ତ୍ତା ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି ।
ଭାରତୀୟ ଦର୍ଶନ ଅନ୍ତର୍ଗତ ଛଅ ପ୍ରକାର ମତବାଦ ମଧ୍ୟରୁ, ସାଂଖ୍ୟ ଦର୍ଶନକୁ, (ଯାହାକୁ ପୁରଷ ପ୍ରକୃତି ବାଦ ମଧ୍ୟ କୁହାଯାଏ)ଭୌତିକ ପ୍ରକୃତିର ବିଶ୍ଳେଷଣ ସମ୍ପର୍କୀୟ ଅଧିକାରୀ ମନେ କରାଯାଏ । ଏହା ଆତ୍ମାକୁ ପୁରୁଷ (ଈଶ୍ୱର)ବିବେଚନା କରେ, ତେଣୁ ଅନେକ ପୁରୁଷଙ୍କୁ ମାନ୍ୟତା ଦିଏ । ଭୌତିକ ପ୍ରକୃତି ଦ୍ୱାରା ଗଠିତ ସମସ୍ତ ବସ୍ତୁ ପ୍ରକୃତି ଅଟେ । ସାଂଖ୍ୟ ଦର୍ଶନ ଅନୁଯାୟୀ, ପୁରୁଷର ପ୍ରକୃତିକୁ ଉପଭୋଗ କରିବାର କାମନା ସମସ୍ତ ଦୁଃଖର କାରଣ ଅଟେ । ଯେତେବେଳେ ଉପଭୋଗ କରିବାର ଏହି ପ୍ରବୃତ୍ତି ଲୋପ ପାଇଯାଏ, ପୁରୁଷ ଭୌତିକ ପ୍ରକୃତିର ବନ୍ଧନରୁ ମୁକ୍ତ ହୋଇ ଚିରନ୍ତନ ଆନନ୍ଦ ପ୍ରାପ୍ତ କରେ । ସାଂଖ୍ୟ ପ୍ରଣାଳୀ, ପରମ ପୁରୁଷ ବା ପରମାତ୍ମାଙ୍କର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ତେଣୁ ଏହା ପରମ ସତ୍ୟକୁ ଜାଣିବା ପାଇଁ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ଭୌତିକ ପ୍ରକୃତିର ଜ୍ଞାନ ବିଷୟରେ, ଶ୍ରୀକୃଷ୍ଣ ଏହାକୁ ଅଧିକାରୀ ଭାବରେ ସୂଚିତ କରିଛନ୍ତି ।